ଅନାଥ ଶିଶୁକୁ ମିଳିଲା ନୂଆ ପରିଚୟ। ଇଟାଲୀ ଦମ୍ପତ୍ତି ହେଲେ ବାପା-ମା’

ଅନାଥ ଶିଶୁକୁ ମିଳିଲା ନୂଆ ପରିଚୟ। ଇଟାଲୀ ଦମ୍ପତ୍ତି ହେଲେ ବାପା-ମା’

କନକ ବ୍ୟୁରୋ: ଅନାଥ ଶିଶୁକୁ ମିଳିଲା ନୂଆ ପରିଚୟ । ଇଟାଲୀ ଦମ୍ପତି ହେଲେ ବାପା-ମା’ । ଗଜପତି ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ୧୨ ବର୍ଷର ନାବାଳକକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲି ଦମ୍ପତି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ତାଙ୍କୁ ଇଟାଲି ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ୫ବର୍ଷ ତଳେ ଏହି ପିଲାଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ଲାଇନ୍ ।

ପିଲାଟିକୁ ଉଦ୍ଧାର କରି ଡେ ଷ୍ଟାର ହୋମ୍, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ପିଲାଟିର ବାପାଙ୍କ ମୃତ୍ୟୁ ପରେ ମା’ ଅନ୍ୟତ୍ର ବିବାହ କରି ଛାଡି ଚାଲିଯାଇଥିଲେ। ପିଲାଟି ଆଇନତଃ ମୁକ୍ତ ବୋଲି ୪ ବର୍ଷ ହେଲା ଘୋଷଣା ହୋଇଥିଲା । ୪ବର୍ଷ ହେଲା ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରିଥିବା ଇଟାଲୀୟ ଦମ୍ପତିଙ୍କୁ ଅନୁମତି ମିଳିବା ପରେ ଶିଶୁଟିକୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ ହେବା ପରେ ପିଲାଟିକୁ ହସ୍ତାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe