କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ଶହ ଲୋକଙ୍କୁ ମିଳିଲା ଅନୁମତି । ସେପଟେ ବିବାହ ଓ ଅନ୍ତିମ ସଂସ୍କାର ବେଳେ ମାସ୍କ ଦେବେ ଆୟୋଜକ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ବାହାଘର ଓ ଅନ୍ତିମ ସଂସ୍କାରରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ । ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ମାସ୍କ ଦେବେ ଆୟୋଜକ ।
ସେପଟେ ଯାତ୍ରା ପାଇଁ ନିୟମ କୋହଳ କରିଛନ୍ତି ସରକାର । ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ଯାତ୍ରା କରିପାରିବେ ଆୟୋଜକ । କରୋନା କଟକଣା ଉପରେ ଧ୍ୟାନ ରଖି ଅନୁମତି ମିଳିପାରିବ । ଅନୁମତି ମିଳିଲେ କରୋନା ଗାଇଡଲାଇନ ବାଧ୍ୟତାମୂଳକ ରହିବ ।
ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି । ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ ଓ ରୋଗାକ୍ରାନ୍ତଙ୍କୁ ଅନୁମତି ମନା କରାଯାଇଛି । ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରା କଟକଣା ହେଲେ ଆୟୋଜକ ଦାୟୀ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/02/media-handler.png)