ବିରୋଧୀଙ୍କୁ ଏକାଠି କରି ଦେଲା ‘ରାହୁଲ’ ପ୍ରସଙ୍ଗ: କଂଗ୍ରେସ ପ୍ରତି ବଢ଼ୁଛି ବିରୋଧୀ ଦଳଙ୍କ ସମର୍ଥନ

Advertisment
ବିରୋଧୀଙ୍କୁ ଏକାଠି କରି ଦେଲା ‘ରାହୁଲ’ ପ୍ରସଙ୍ଗ: କଂଗ୍ରେସ ପ୍ରତି ବଢ଼ୁଛି ବିରୋଧୀ ଦଳଙ୍କ ସମର୍ଥନ

କନକ ବ୍ୟୁରୋ: ଯାହା ଆଶଙ୍କା କରାଯାଉଥିଲା, ହୁଏତ ସେଭଳି କିଛି ଭାରତୀୟ ରାଜନୀତିରେ ଦେଖିବାକୁ ମିଳୁଛି । ଜଣେ, ଆଉ ଜଣଙ୍କ ମୁହଁ ଚାହୁଁନଥିବା, ଜଣେ ଆଉ ଜଣଙ୍କୁ ଘୋର ବିରୋଧ କରୁଥିବା ଦଳ କିମ୍ବା ନେତା, ଏବେ ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗରେ ଏକାଠି ହେଉଛନ୍ତି । ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଭାରତ ରାଷ୍ଟ୍ର ସମିତି । ଇଏ ଏଭଳି କିଛି ଦଳ ଏବଂ କିଛି ଚେହେରା, ଯେଉଁମାନେ କଂଗ୍ରେସଠାରୁ ୪ପାଦ ଦୂରେଇ ରୁହନ୍ତି । କିନ୍ତୁ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ପାଇଁ ହେଉ ବା’ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ପାଇଁ ହେଉ, ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଛନ୍ତି ବିରୋଧୀ ।ଖଡ୍୍ଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମ୍୍କେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆର୍ଜେଡି, ଏନସିପି, ସିପିଆଇଏମ୍, ଉଦ୍ଧବଙ୍କ ଶିବସେନା ଭଳି ୧୭ଟି ଦଳ ସାମିଲ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ମମତା ବାନାର୍ଜୀଙ୍କ ଟିଏମ୍୍ସିର ଭୂମିକା । କଂଗ୍ରେସର ବ୍ଲାକ୍ ପ୍ରୋଟେଷ୍ଟକୁ ସମର୍ଥନ ଜଣାଇଛି ତୃଣମୂଳ କଂଗ୍ରେସ ।

ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଟିଏମ୍୍ସିର ପ୍ରସୂନ ବାନାର୍ଜୀ ଓ ଜୱାହର ସିରକାର ଯୋଗ ଦେଇଥିଲେ । ଯଦିଓ କଂଗ୍ରେସ ସହ ସମଦୂରତା ବଜାୟ ରଖି ଆସୁଛି ଟିଏମସି, ତଥାପି ପ୍ରସଙ୍ଗ ଭିତିରେ କଂଗ୍ରେସ ପାଖରେ ଠିଆ ହୋଇଛି ତୃଣମୂଳ କଂଗ୍ରେସ । ଏକତ୍ରିତ ହୋଇ କଂଗ୍ରେସକୁ ସମର୍ଥନ ଜଣାଇବା ଦଳକୁ ଉତ୍ସାହିତ କରି ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ, ସମର୍ଥନ ଦେଇଥିବା ପ୍ରତି ଦଳକୁ ଧନ୍ୟବାଦ ଦେଇଛନ୍ତି । ଗଣତନ୍ତ୍ର, ସମ୍ବିଧାନ ଓ ଲୋକଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କୃତଜ୍ଞତା ଜଣାଇଥିବା କହିଛନ୍ତି ।

ଗୋଟିଏ ଘଟଣା କିମ୍ବା ଗୋଟିଏ ସୁଯୋଗ କେମିତି ବିଜେପି ଓ ମୋଦି ସରକାରଙ୍କୁ ବିରୋଧ କରୁଥିବା ଦଳ ଓ ନେତାଙ୍କୁ ଏକାଠି କରିପାରେ, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଧ ପ୍ରସଙ୍ଗରୁ ସ୍ପଷ୍ଟ ଅନୁମାନ କରି ହେଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପାଇଁ ହୁଏତ ଏହି ମେଳି ସମସ୍ୟାରେ ସୃଷ୍ଟି କରିପାରେ । ଏସବୁ ଭିତରେ ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର, ବାଜପେୟୀଙ୍କ ଶବ୍ଦକୁ ଉଦ୍ଧାର କରି କହିଛନ୍ତି- ଛୋଟେ ମନ୍୍ ସେ କୋଇ ବଡ଼ା ନେଇ ହୋତା । କିନ୍ତୁ ବଡ଼ କଥା ହେଉଛି, ବିଜୁ ଜନତା ଦଳ ଏବଂ ଜଗନମୋହନ ରେଡ୍ଡିଙ୍କ ୱାଏସଆର୍ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe