କନକ ବ୍ୟୁରୋ: ଆସୁଛି ଗାଁ ଭୋଟରଙ୍କ ମତ । ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲା କଥା କହିବା, ତେବେ ସେଠାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି । ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାଁଁନ୍ତି ବୋଲି ଟ୍ରେଣ୍ଡରୁ ସ୍ପଷ୍ଟ ବାରି ହୋଇଯାଉଛି । ତେବେ ପୁରୀ ଜିଲ୍ଲା ପରିଷଦରେ ମୋଟ୍ ୩୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଯାହା ଭିତରୁ ଶନିବାର ୧୧ଟି ଜୋନର ଗଣତି କରାଯାଉଛି । ଆଉ ସମସ୍ତ ଜୋନରେ ଶାସକ ବିଜେଡି ଆଗୁଆ ରହିଛି । ଫଳରେ ପୁରୀ ବିଜେପି ଓ କଂଗ୍ରେସ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।