କନକ ବ୍ୟୁରୋ: ୫ବର୍ଷ ପରେ ଦେହରୁ ବାହାରିଲା ଗୁଳି । ଏସସିବିରେ ଅପରେସନ କରାଯାଇ ଏହି ଗୁଳି ବାହାର କରାଯାଇଛି । ହେଲେ ଏତେ ବର୍ଷ ପରେ ଗୁଳି ବାହାରିବା ନେଇ ଚର୍ଚ୍ଚା ବଢିଚାଲିଛି । ରାଜନଗରର ବିଚିତ୍ର ମଳିକ । ୨୦୧୭ରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଫାଇନାନ୍ସ କମ୍ପାନୀ ସହ ତିକ୍ତତା ପରେ ଗୁଳିମାଡର ଶିକାର ହୋଇଥିଲେ ବିଚିତ୍ର । ଆଉ ସେହି ସମୟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଗୁଳିମାଡ ଘଟଣା ନେଇ ଏପର୍ଯ୍ୟନ୍ତ କୋର୍ଟରେ କେଶ୍ ଚାଲିଛି । ବିଚିତ୍ରଙ୍କ ଦେହରେ ଗୁଳିମାଡ ହୋଇଥିବା ବେଳେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ହେଲେ ଏବେ ପୁଣି ଯନ୍ତ୍ରଣା ହେବାରୁ ସେ ମେଡିକାଲ ଯାଇଥିଲେ । ଡାକ୍ତରଙ୍କ ଚିକିତ୍ସା ସମୟରେ ଯନ୍ତ୍ରଣା ହେଉଥିବା ତାଙ୍କ ବାମ ହାତରେ ଗୁଳି ରହିଯାଇଥିବା ଜଣାପଡିଥିଲା । ଅପରେସନ କରାଯାଇ ତାଙ୍କ ହାତରୁ ଏହି ଗୁଳି ବାହାର କରାଯାଇଛି । ତେବେ ଗୁଳିମାଡର ପାଞ୍ଚ ବର୍ଷ ପରେ ଗୁଳି ବାହାର କରାଯିବା ନେଇ ଏବେ ଚର୍ଚ୍ଚା ପାଲଟିଛି ।
ଏସସିବିରେ ସଫଳ ହେଲା ଅପରେସନ, ୫ ବର୍ଷ ପରେ ଦେହରୁ ବାହାରିଲା ଗୁଳି।
/kanak/media/post_attachments/wp-content/uploads/2022/12/vlcsnap-2022-12-20-18h49m31s721.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)