କନକ ବ୍ୟୁରୋ: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ପୁଣି ରାହୁଥରେ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଏହି ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ ।
ଟ୍ୱିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଭାରତ ସରକାର ବୁଝୁ ନାହାନ୍ତି କରୋନାକୁ ରୋକିବାର ଗୋଟିଏ ଉପାୟ ହେଉଛି ଲକଡାଉନ । ହେଲେ ସରକାର ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ନନେବା ନୀରିହ ଲୋକଙ୍କୁ ମାରିବା ସହ ସମାନ ହେଉଛି । ତେଣୁ ଲକାଡାଉନ ଏହି ସମୟରେ କରିବା ଉଚିତ ।
GOI doesn’t get it.
The only way to stop the spread of Corona now is a full lockdown- with the protection of NYAY for the vulnerable sections.
GOI’s inaction is killing many innocent people.
— Rahul Gandhi (@RahulGandhi) May 4, 2021
ଏପର୍ଯ୍ୟନ୍ତ ଲକଡାଉନର ବିରୋଧୀ ଥିଲେ । ଗତ ବର୍ଷ ମଧ୍ୟ ଯେତେବେଳେ ସରକାର ଲକଡାଉନ ଘୋଷଣା କରିଥିଲେ । ସେତେବେଳେ ରାହୁଲ ଏହାକୁ ବିରୋଧ କରିଥିଲେ, ଆଉ କହିଥିଲେ ଲକଡାଉନ କେବଳ କରୋନାର ସ୍ପିଡକୁୁ ରୋକିଥାଏ । ତାକୁ ମୂଳରୁ ଶେଷ କରିନଥାଏ । ହେଲେ ଏଥର ସେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ଦାବି କରିଛନ୍ତି ।