ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା; କେତେ ଲୋକ ସାମିଲ୍‌ ହେଲେ ମାସେ ଭିତରେ ଜଣେଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Advertisment
ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ୍ ନିୟମ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ ।

କନକ ବ୍ୟୁରୋ : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା । ଏଣିକି ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ଅନଲାଇନରେ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଓଡିଶାର ସାଢ଼େ ତିନି କୋଟି ଲୋକ ସିଧାସଳଖ ଏହି ବିଭାଗ ସହିତ ଯୋଡି ହୋଇ ରହିଛନ୍ତି । ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବେ, ସେଥିପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଏଣିକି ଲୋକମାନେ ଘରେ ବସି ଏହି ସବୁ ସୁବିଧା ପାଇପାରିବେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି, ୫ଟି ଅଧିନରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe