ମାନସିକ ଦୋଷରୁ ପଶ୍ଚିମ ବଙ୍ଗରୁ ପୁରୀ ଚାଲିଆସିଥିଲେ ବୃଦ୍ଧା : ସୋସିଆଲ ମିଡିଆରୁ ସନ୍ଧାନ ପାଇଲେ ପରିବାର ଲୋକେ 

ପୁରୀ ବୃଦ୍ଧାଶ୍ରମରେ ୧୦ ବର୍ଷ ପରେ ପରିବାରକୁ ଭେଟିଲେ ଭଗତ

94

କନକ ବ୍ୟୁରୋ : ମାନସିକ ବିକୃତି ଥିବା ବେଳେ ଗତ ୧୦ ବର୍ଷ ତଳେ ପଶ୍ଚିମ ବଙ୍ଗ ବୀରଭୂମିରୁ ପୁରୀ ଚାଲିଆସିଥିଲେ ବୃଦ୍ଧା ତାରା ଭଗତ । ଏଠାରେ ବହୁ କଷ୍ଟରେ ଜୀବନ ନିର୍ବାହ କରୁଥିବା ବେଳେ ଶେଷରେ ହୋପ୍ ଇଜ୍ ଲାଇଫ୍ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ତାଙ୍କୁ ରଖାଯାଇଥିଲା । ତାଙ୍କର ବିଶେଷ ତଥ୍ୟ ମିଳି ପାରି ନଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ତାରାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ । ଏହାକୁ ଦେଖି ବର୍ଷ ବର୍ଷ ଧରି ଖୋଜୁଥିବା ତାଙ୍କ ପରିବାର ଛୁଟି ଆସିଥିଲେ ପୁରୀ । ଏହି ସମୟରେ ସେଠାରେ ଦେଖିବାକୁ ମିଳିଥିଲା ଭାବବିହ୍ୱଳ ପରିବେଶ ।