କନକ ବ୍ୟୁରୋ: ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ ହୋଇ ପଡିଗଲେ ବୃଦ୍ଧ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଏଭଳି ଘଟଣା ଘଟିଛି। ଭତ୍ତା ପାଇଁ ଆସି ରାସ୍ତାରେ ଅଚେତ ବୃଦ୍ଧ ଜଣଙ୍କ ଅଚେତ ହୋଇଯାଇଥିଲେ। ଏନେଇ ଖବର ପ୍ରସାରଣ ପରେ ସରକାର ବୃଦ୍ଧବୃଦ୍ଧାମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଏହାର ପୁଣି ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କକୁ ଗତକାଲି ଭତ୍ତା ଟଙ୍କା ଉଠାଣ କରିବା ପାଇଁ ଯାଇଥିବା ବେଳେ ବୃଦ୍ଧା ଜଣକ ହଠାତ୍ ତଳେ ପଡି ଯାଇଥିଲେ। ବୃଦ୍ଧ ଜଣକ ହେଉଛନ୍ତି ଖପ୍ରାଖୋଲ ବ୍ଳକ ଟଙ୍କପାଣି ପଞ୍ଚାୟତ ବୁଢାଛାପର ଗାଁର ବୃଷବ ବିଶ୍ୱାଳ। ବୃଷବଙ୍କ ବ୍ୟାଙ୍କ ପାସ୍ ବହିରେ ଭତ୍ତା ଟଙ୍କା ପଡୁଥିବାରୁ ବୃଷବ ତାଙ୍କ ଗାଁ ବୁଢାଛାପର ରୁ ୨ଶହ ଟଙ୍କା ଦେଇ ଅଟୋରେ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କ କୁ ଭତ୍ତା ଟଙ୍କା ଉଠାଣ କରି ଆସିଥିଲେ। ଏଭଳି ବୃଦ୍ଧବୃଦ୍ଧାଙ୍କୁ ତାଙ୍କ ପାସ୍ ବହିରେ ନପକାଇ ତାଙ୍କ ହାତରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ଦାବି ହେଉଛି।