କନକବ୍ୟୁରୋ: ବଜେଟରେ ମଧ୍ୟବିତ୍ତଙ୍କ ନଜର ଥାଏ ଆୟକର ଉପରେ। ଓ ଏଥିରେ ରିହାତି ମିଳିବା ନେଇ ଆଶା ରଖିଥାଏ ଜଣେ ମଧ୍ୟବିତ୍ତ। ଆଉ ଏମାନଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛନ୍ତି ମୋଦୀ ସରକାର। ପୁରୁଣା ଆୟକର ସ୍ଲାବ ଅପରିବର୍ତିତ ରହିଥିବା ବେଳେ ନୂଆରେ ପରିବର୍ତନ ହୋଇଛି। ଷ୍ଟାଣ୍ଡାର୍ଡ ଡିଡକସନ୍ ପରିମାଣ ବଢ଼ିଛି। ବଜେଟକୁ ନେଇ ମଧ୍ୟବିତ୍ତଙ୍କ ଆଶା ଥାଏ ଯେ, ଆୟକରରେ କିଛି ରିହାତି ମିଳିବ କି? ମୋଦୀ ସରକାର ତାଙ୍କ ତୃତୀୟ ପାଳିର ପ୍ରଥମ ବଜେଟରେ ଆୟକରଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି।
ଟିକସଦାତାଙ୍କୁ ମିଳୁଥିବା ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ବଢାଇଛନ୍ତି
୫୦ ହଜାରରୁ ୭୫ ହଜାରକୁ ବଢିଛି ଷ୍ଟାଣ୍ଡାର୍ଡ ଡିଡକ୍ସନ
ଆୟକର ଦାତାଙ୍କୁ ପ୍ରାୟ ୧୭, ୫୦୦ ଟଙ୍କାର ରିହାତି ମିଳିବ
ଏଥିସହ ନୂଆ ଟିକସ ସ୍ଲାବରେ ପରିବର୍ତ୍ତନ କରାଯାଇଛି । ଯଦିଓ ପୁରୁଣା ଟିକସ ବ୍ୟବସ୍ଥାରେ ସ୍ଲାବ ଅପରିବର୍ତ୍ତିତ ରହିଛି। ନଜର ପକାନ୍ତୁ କଣ ପରିବର୍ତନ କରିଛନ୍ତି ମୋଦୀ ସରକାର।
ପୁରୁଣା ଆୟକର ସ୍ଲାବ୍
ଆୟ ଟିକସ
୩ ଲକ୍ଷ ଯାଏଁ ୦
୩ରୁ୬ ଲକ୍ଷ ୫ %
୬ରୁ୯ ଲକ୍ଷ ୧୦%
୯ରୁ ୧୨ ଲକ୍ଷ ୧୫%
୧୨ରୁ ୧୫ ଲକ୍ଷ ୨୦%
୧୫ ଲକ୍ଷରୁ ଅଧିକ ୩୦%
ନୂଆ ଆୟକର ସ୍ଲାବ୍
ଆୟ ଟିକସ
୩ ଲକ୍ଷ ଯାଏଁ ୦
୩ରୁ୭ ଲକ୍ଷ ୫ %
୭ରୁ୧୦ ଲକ୍ଷ ୧୦%
୧୦ରୁ ୧୨ ଲକ୍ଷ ୧୫%
୧୨ରୁ ୧୫ ଲକ୍ଷ ୨୦%
୧୫ ଲକ୍ଷରୁ ଅଧିକ ୩୦%
ନୂଆ ଟିକସ ସ୍ଲାବରେ ବାର୍ଷିକ ୩ ଲକ୍ଷ ଟଙ୍କା ଯାଏଁ ଆୟକର ଛାଡ କରାଯାଇଥିବା ବେଳେ ୩ରୁ ୭ଲକ୍ଷ ୫ ପ୍ରତିଶତ, ୭ରୁ ୧୦ ଲକ୍ଷ ୧୦ ପ୍ରତିଶତ, ୧୦ରୁ ୧୨ଲକ୍ଷ ଟଙ୍କା ଯାଏଁ ଆୟ ଉପରେ ୧୫ ପ୍ରତିଶିତ, ୧୨ରୁ ୧ ୫ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଧାର୍ଯ୍ୟ ହୋଇଛି। ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକସନ୍ (୫୦ ହଜାରରୁ ୭୫ ହଜାର)
ଆୟ ସ୍ଲାବ ଟିକସ
୩ ଲକ୍ଷ ଯାଏଁ ୦ ନାହିଁ
୩ରୁ ୭ ଲକ୍ଷ ୫% ୨୦ ହଜାର
୭ରୁ ୧୦ଲକ୍ଷ ୧୦% ୫୦ ହଜାର
୧୦ରୁ ୧୨ ଲକ୍ଷ ୧୫% ୮୦ ହଜାର
୧୨ରୁ ୧୫ ଲକ୍ଷ ୨୦% ୧ ଲକ୍ଷ ୪୦ ହଜାର
୧୫ ଲକ୍ଷରୁ ଅଧିକ ୩୦% ୧ ଲକ୍ଷ ୪୦ ହଜାର + ୧୫ ଲକ୍ଷରୁ ଅଧିୟ ଆୟ ଉପରେ ୩୦%
ପ୍ରତିଥର ହେଉଥିବା ଚର୍ଚ୍ଚା ଅନୁସାରେ ବରିଷ୍ଠ ନାଗରିକ କିମ୍ବା ମହିଳାଙ୍କ ପାଇଁ ମଧ୍ୟ କୌଣସି ସ୍ୱତନ୍ତ୍ର ଆୟକର ସ୍ଲାବ ଘୋଷଣା ହୋଇନାହିଁ । ଆୟକର ଆଇନର ସରଳୀକରଣ ପାଇଁ ଅଧିକ ସମୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ନିର୍ମଳା ।