କନକ ବ୍ୟୁରୋ: ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷର ପୂରୁଣା ଘର । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଘରର ଉଚ୍ଚତା ବଡାଇଛନ୍ତି ଘରର ମାଲିକ । ରାୟଗଡା ସଦର ବ୍ଳକ ଅମଲାଭଟା ଗାଁର ରବି ଶେଖର ନିଜ ଘରକୁ ଉଚ୍ଚକୁ ଉଠାଇଛନ୍ତି । ରବି ଶେଖର ୧୨ଶହ ବର୍ଗଫୁଟ ବିଶିଷ୍ଟ ବାସଗୃହ ନିର୍ମାଣ କରିଥିଲେ । ସମୟ କ୍ରମେ ରାସ୍ତା ଉଚ୍ଚ ହେବାରୁ ଘରେ ବର୍ଷା ଜଳ ପଶିଯାଉଥିଲା । ଫଳରେ ଘର ମାଲିକ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଶେଷରେ ସେହି ସମସ୍ୟାର ସମାଧନ ପାଇଁ ବାଟ ଖୋଜି ବାହାର କରିଥିଲେ । ହରିୟାଣା ରୋହତକ ସହରର ଜଣେ ଯନ୍ତ୍ରୀ ଓ ତାଙ୍କ ଟିମ୍ ସହିତ ଯୋଗାଯୋଗ କରିଥିଲେ ରବି ଶେଖର ।
ସେମାନେ ସମସ୍ୟାର ସମାଧାନ କରିବାରେ ସମର୍ଥ ବୋଲି ପ୍ରତିଶୃତି ଦେବା ପରେ ଲୁହା ଜଗ୍ ସାହାର୍ଯ୍ୟରେ ଘରକୁ ଉପରକୁ ଟେକି ତଳେ ନିଅଁ ଓ ପିଲାର ତିଆରି କରିଛନ୍ତି । ୨୨୦ଟି ଜଗ୍ ବ୍ୟବହାର କରି ଘରର ଚାରି ପଟେ ଖୋଳି ଧିରେ ଧିରେ ଉପରକୁ ଉଠାଇଥିଲେ ଏହି ଟିମ୍ । ପ୍ରାୟ ୧ ମାସ ୩ ଦିନ ଧରି କାମ କରିବା ପରେ ଘରକୁ ୪ ଫୁଟ ଉପରକୁ ଉଠାଯାଇଛି । ସପ୍ତାହେ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/gahara.jpg)