କନକ ବ୍ୟୁରୋ: କାହାରି ନାହିଁ ସୁରକ୍ଷା ଚିନ୍ତା । ମୂର୍ତିଚୋରଙ୍କ ନଜର ଆଢ଼ୁଆଳରେ ଐତିହ୍ୟ । ବିପଦରେ ଐତିହ ସହର ଯାଜପୁରର ପୁରାତନ କିର୍ତୀରାଜୀ । ନଦୀ ଶର୍ଯ୍ୟାରେ ପଡିଛି ପ୍ରାଚୀନ ଦୁର୍ଲଭ ମୂର୍ତି । ସମସ୍ତଙ୍କ ଆଖି ଆଗରେ ଏହି ଦୁର୍ଲଭ ବିରଳ ମୂର୍ତି ନଦୀ ଜଳରେ ପଡି ରହିଥିବା ବେଳେ ଏହାକୁ କିପରି ଉଦ୍ଧାର କରାଯିବ ଏବଂ ପୁରାତନ ଐତିହ୍ୟକୁ ଭବିଷ୍ୟତ ପାଇଁ ସଂରକ୍ଷଣ କରାଯାଇପାରିବ ସେ ନେଇ କୌଣସି ଉଦ୍ୟମ କରାଯାଉନାହିଁ । ଫଳରେ ଏହି ବିରଳ ମୂର୍ତିମାନ ନଦୀ ଜଳରେ କ୍ଷୟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Advertisment