କନକ ବ୍ୟୁରୋ : ୧୨ଦିନ ହେଲା ୟୁକ୍ରେନ ଉପରେ ଭୟଙ୍କର ଭାବେ ଆକ୍ରମଣ ଜାରି ରଖିଛି ଋଷିଆ ସେନା । ଆଜି ଖାରକିଭ୍, ଲୁହାନସ୍କ, ଭିନିତସିଆ ଏବଂ ଓଡେଶାରେ ଆକ୍ରମଣ ଜୋରଦାର କରିଛି ୠଷ ସେନା । ଲୁହାନସ୍କରେ ବଡ଼ ଧରଣର ବିସ୍ଫୋରଣ କରିଛି ୠଷ । ଏକ ତେଲ ଡିପୋରେ ବିସ୍ଫୋରଣ କରାଯାଇଛି । ହୁତୁହୁତୁ ହୋଇ ଜଳି ଯାଇଛି ଏହି ତେଲ ଡିପୋ ।

Advertisment

ସେହିପରି ୠଷଷିଆର ରକେଡ ମାଡରେ ଭିନିସିଆ ବିମାନବନ୍ଦର ଧ୍ୱଂସ ହୋଇଯାଇଛି । ଏକାଧିକ ରକେଟ୍ ମାଡ ହୋଇଥିବା ୟୁକ୍ରେନ୍ ଦାବି କରିଛି । ରକେଟ୍ ମାଡ଼ ପରେ ପୂରା ଅଂଚଳ ଜଳି ଉଠିଥିଲା । ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଭିନିସିଆ ବିମାନ ବନ୍ଦର । ଖାରକିଭରେ ମଧ୍ୟ ଜୋରଦାର ଆକ୍ରମଣ ହେଉଛି । ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି ୠଷ ସେନା । ଓଡେଶାର ବିଭିନ୍ନ ସହରରେ ମଧ୍ୟ ୠଷ ସେନା ପକ୍ଷରୁ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି । ଓଡେଶାରେ ମଧ୍ୟ ୠଷ ସେନାକୁ ୟୁକ୍ରେନ୍ ଜବାବ ଦେଉଥିବା ଦାବି କରିଛି ।