ସାଂସଦ ଅପରାଜିତା ଷଡଙ୍ଗୀ ଜନ୍ମଦିନ ପାଳିଥିବା ଅଫିସ ସିଲ୍ : ୧୫ଦିନ ପାଇଁ ଅଫିସ୍ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ

142

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦଙ୍କୁ ମହଙ୍ଗା ପଡ଼ିଛି କୋଭିଡ୍ ନିୟମ ଉଲଂଘନ । ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ସିଲ୍ ହେଲା ସାଂସଦଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ । ଆଗାମୀ ୧୫ଦିନ ପାଇଁ ଅଫିସ ସିଲ୍ କଲେ ଭୁବନେଶ୍ୱର ମହାନଗର ନିଗମ ।

ବିଏମସିର ଜୋନଲ ଡେପୁଟୀ କମିଶନରଙ୍କ ତତ୍ତ୍ୱାବଧାନରେ ବଧାନରେ ଟିମ୍ ଯାଇ ସାଂସଦଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ୍ ନିୟମ ଉଲଂଘନ କାରଣରୁ ଜନ୍ମଦିନ ଉତ୍ସବ ପାଳନ ହୋଇଥିବା ସ୍ଥାନକୁ ସିଲ୍ କରିଛି । ୧୫ ଦିନ ପାଇଁ ସିଲ୍ କରାଯିବା ସହିତ ସେହି ସ୍ଥାନକୁ ବିଶୋଧନ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ପରବର୍ତ୍ତୀ ସମୟରେ ଏହି ଉତ୍ସବରେ ସାମିଲ ହୋଇଥିବା ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆଉ ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିବ ତାଙ୍କୁ କୋଭିଡ୍ କେୟାର ସେଂଟର କିମ୍ବା ଘରୋଇ ସଙ୍ଗରୋଧରେ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।