କନକ ବ୍ୟୁରୋ : କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦଙ୍କୁ ମହଙ୍ଗା ପଡ଼ିଛି କୋଭିଡ୍ ନିୟମ ଉଲଂଘନ । ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ସାଂସଦଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ପହଂଚିଛି ବିଏମ୍ସି ଟିମ୍ । ବିଏମସିର ଜୋନଲ ଡେପୁଟୀ କମିଶନରଙ୍କ ତତ୍ୱାବଧାନରେ ଟିମ୍ ଯାଇ ସାଂସଦଙ୍କ କାର୍ଯ୍ୟାଳୟରେ ପହଂଚିଛି ।
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ୍ ନିୟମ ଉଲଂଘନ କାରଣରୁ ଜନ୍ମଦିନ ଉତ୍ସବ ପାଳନ ହୋଇଥିବା ସ୍ଥାନକୁ ସିଲ୍ କରିବ । ୧୫ ଦିନ ପାଇଁ ସିଲ୍ କରିବା ସହ ସେହି ସ୍ଥାନକୁ ବିଶୋଧନ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ପରବର୍ତୀ ସମୟରେ ଏହି ଉତ୍ସବରେ ସାମିଲ ହୋଇଥିବା ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆଉ ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିବ ତାଙ୍କୁ କୋଭିଡ୍ କେୟାର ସେଂଟର କିମ୍ବା ଘରୋଇ ସଙ୍ଗରୋଧରେ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/13-8.jpg)