କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ହୁଏତ ପ୍ରଥମ ଥର ପାଇଁ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, ଯେତେବେଳେ ଦଳରେ ସାମିଲ କରିବା ପାଇଁ ଓଡ଼ିଶା ନେତାଙ୍କୁ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଡକାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ, ଭାରତ ରାଷ୍ଟ୍ର ସମିତିର ଯୋଗ ଦେବା ପୂର୍ବରୁ ବେଶ ଉତ୍ସାହ ସହ ଏକାଠି ବାହାରିଥିଲେ ଓଡ଼ିଶା ନେତା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ସମେତ କିଛି ପୂର୍ବତନ ବିଧାୟକ ହାଇଦ୍ରାବାଦ ପହଞ୍ଚିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମା. ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ବିଧାୟକ ରାଘବ ସେଠ, ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ସମେତ ଚାଷୀ ନେତା ଶେଷଦେବ ନନ୍ଦ ଓ ଅକ୍ଷୟ କୁମାର ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଭାରତ ରାଷ୍ଟ୍ର ସମିତିରେ ଯୋଗଦେଇ ଓଡ଼ିଶା ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛନ୍ତି ।
ଓଡ଼ିଶା ରାଜନୀତିରେ ପଡ଼ିବ କି କେସିଆରଙ୍କ ପ୍ରଭାବ?
ବିଆରଏସ’ର ଚାଷୀ କାର୍ଡ ଓଡିଶା ଚାଷୀଙ୍କୁ ଆକର୍ଷିତ କରିପାରିବ କି?
ଓଡ଼ିଶାରେ ମୂଳଦୁଆ ପକାଇବା ପାଇଁ ଆପ ସହ ମିଶି ଲଢିଲେ କି ବିଆରଏସ୍?
ଗମାଙ୍ଗ ପରିବାର ସମେତ ଜୟରାମ ପାଙ୍ଗିଙ୍କ ଭଳି ନେତା ବିଆରଏସରେ ସାମିଲ ହେଉଥିବାରୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା, ବିଶେଷକରି କୋରାପୁଟ ଜିଲ୍ଲାରେ ପଡିବାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ପ୍ରସଙ୍ଗ କେସିଆରଙ୍କ ମୁଖ୍ୟ ମୁଦ୍ଦା ହୋଇଥିବା ବେଳେ ଓଡ଼ିଶାର ଚାଷୀ ନେତାଙ୍କୁ ଦଳରେ ସାମିଲ କରିଛନ୍ତି । ତେଣୁ ଚାଷୀଙ୍କୁ ନିଜ ଦଳ ଆଡକୁ ଆକର୍ଷିତ କରିବାକୁ ଉଦ୍ୟମ କରିପାରେ ଭାରତ ରାଷ୍ଟ୍ର ସମିତି । ଚର୍ଚ୍ଚା ହେଉଛି କେସିଆରଙ୍କ ଦଳ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ସହ ମିଳିତ ଭାବେ ଓଡିଶାରେ ନିର୍ବାଚନ ଲଢିପାରନ୍ତି । ଯଦି ଏହା ହୁଏ ତେବେ ଏହା ଉପକୂଳ ଓଡିଶାର ଭୋଟରଙ୍କୁ ମଧ୍ୟ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଏହି ସମ୍ଭାବନାକୁ ବାଏଁ ବାଏଁ ଉଠାଇ ଦେଇଛନ୍ତି ଓଡ଼ିଶାର ତିନି ପ୍ରମୁଖ ଦଳର ନେତା ।
ରାଜନୀତିର ଏହି ବୟାନବାଜି ଭିତରେ ହୁଏତ ଗୋଟିଏ କଥା ସ୍ପଷ୍ଟ ଯେ, ନୂଆ ସାମୁଖ୍ୟ ନେଇ କେ. ଚନ୍ଦ୍ରଶେଖର ରାଓ ଯେଉଁ ପରିକଳ୍ପନା କରୁଛନ୍ତି, ସେଥିପାଇଁ ଓଡିଶାରୁ ବିଆରଏସ୍ ବ୍ରିଗେଡ୍ ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/23-22.jpg)