କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଓଡିଶାର ସତ୍ୟପାଠ । ୫ ଶହ ପୃଷ୍ଠାର ସତ୍ୟପାଠରେ ଯୁକ୍ତି ଉପସ୍ଥାପନ କଲେ କୋରାପୁଟ ଜିଲ୍ଲାପାଳ ।

74

କନକ ବ୍ୟୁରୋ: କୋରାପୁଟ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଓଡିଶା ସରକାର । ବିବାଦୀୟ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ଆନ୍ଧ୍ର କିଭଳି ଏକପାଖିଆ ଭାବେ ସେଠାରେ ଅନଧିକାର ପ୍ରବେଶ କରୁଛି ସେନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ଗତମାସରେ ସତ୍ୟପାଠ ଜରିଆରେ ଯୁକ୍ତି ଉପସ୍ଥାପନ କରିଥିଲା ଆନ୍ଧ୍ର । ଏହାର ଜବାବୀ ଉତ୍ତର ରଖି ୫ଶହ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ।

ସୁପ୍ରିମକୋର୍ଟରେ ଆନ୍ଧ୍ର କ’ଣ ଯୁକ୍ତି ରଖିଥିଲା ଏବଂ ଓଡିଶା ପକ୍ଷରୁ କଣ ଯୁକ୍ତି ରଖିଛନ୍ତି କୋରାପୁଟ ଜିଲ୍ଲାପାଳ

ଆନ୍ଧ୍ରର ଯୁକ୍ତି- ଓଡିଶା ଦାବି କରୁଥିବା ୩ ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ, ଫଲଗୁଚିନ୍ନାଉରୁ ଅନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି
ଓଡିଶାର ଯୁକ୍ତି- ୨୦୧୧ ଜନଗଣନା ଅନୁସାରେ କୋଟିଆର ବିବାଦୀୟ ଗାଁ ପଟାଙ୍ଗୀ ତାଲୁକରେ ରହିଛି
ଆନ୍ଧ୍ରର ଯୁକ୍ତି- ତିନିଟିଯାକ ଗାଁରେ ୨୦୦୬ ଓ ୨୦୧୩ରେ ପଂଚାୟତ ନିର୍ବାଚନ କରିଥିଲେ ଆନ୍ଧ୍ର ସରକାର
ଓଡିଶାର ଯୁକ୍ତି- ଆନ୍ଧ୍ର ବେଆଇନ ଭାବେ ନିର୍ବାଚନ କରୁଛି । ପ୍ରତ୍ୟେକଥର ଉଚ୍ଚସ୍ତରୀୟ ହସ୍ତକ୍ଷେପ ପରେ ନିର୍ବାଚନକୁ ବନ୍ଦ କରାଯାଉଛି
ଆନ୍ଧ୍ରର ଯୁକ୍ତି- ସେ ସମୟର ଭୋଟର ତାଲିକା ଏବଂ ଜିତିଥିବା ପ୍ରାର୍ଥୀଙ୍କ ନାଁ କୋର୍ଟରେ ଦାଖଲ କରିଛି ଆନ୍ଧ୍ର ଓଡିଶାର ଯୁକ୍ତି- ନିର୍ବାଚନ ବନ୍ଦ କରିବାକୁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ୧୯୬୬ ଅକ୍ଟୋବର ୧୪ରେ ଆନ୍ଧ୍ର ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲେ
ଆନ୍ଧ୍ରର ଯୁକ୍ତି- ୨୦୧୪ରେ ସଂସଦ ଓ ବିଧାନସଭା ନିର୍ବାଚନରେ ଏହିସବୁ ଗ୍ରାମରେ ଥିବା ଭୋଟରଙ୍କ ତାଲିକା କୋର୍ଟରେ ଦେଇଛି ଆନ୍ଧ୍ର
ଓଡିଶାର ଯୁକ୍ତି- ୨୦୦୯ ଫେବ୍ରୁଆରୀ ୨୮ ତାରିଖରେ କୋଟିଆ ପୋଲିସ ଷ୍ଟେସନ ସ୍ଥାପନ କରାଯାଇଛି । ଏସବୁ ଗାଁ ସେହି ଥାନା ଅଧିନରେ ଆସୁଛି
ଆନ୍ଧ୍ରର ଯୁକ୍ତି- ୧୯୬୮ ଓ ୨୦୦୬ରେ ଏହି ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆନ୍ଧ୍ର କାର୍ଯ୍ୟ କରୁଛି
ଓଡିଶାର ଯୁକ୍ତି- କୋଟିଆ ଗାଁରେ ଆନ୍ଧ୍ର ବିକାଶମୂଳକ କାମରୁ ନିବୃତ ରହୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତକାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖିଥିଲେ ।