କନକ ବ୍ୟୁରୋ : ନୂଆଦିଲ୍ଲୀଠାରେ ଓଡିଶା ପର୍ବ-୨୦୨୨ ଉଦଘାଟିତ ହୋଇଯାଇଛି । ଓଡିଶା ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୨କୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଏଥିରେ ଯୋଡି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡିଆ । ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଏକତ୍ର କରିବା ସହ ଓଡିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡିଆ ରାନ୍ଧଣା, ଗୌରବମୟ ଇତିହାସର ପ୍ରଚାର ପ୍ରସାର କରିବା ଏହି ଓଡିଶା ପର୍ବର ମୂଳ ଉଦ୍ଦେଶ୍ୟ ।

Advertisment

ଏହି ଦୁଇ ଦିନିଆ ସାଂସ୍କୃତିକ ମହାକୁମ୍ଭରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି, ୨୦୩୬ରେ ଭାଷା ଭିତିକ ରାଜ୍ୟ ଭାବରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଓଡିଶା-ପର୍ବ ଅବସରରେ ଓଡିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ସମସ୍ତ ଓଡିଶାବାସୀ ଓ ପ୍ରବାସୀ ଓଡିଆଙ୍କୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।