ଓଡିଶା କଂଗ୍ରେସରେ ବି ହଲଚଲ । ତାରା ବାହିନୀପତି କହିଲେ, ଲବି କରିବେନି, ହେଲେ ପିସିସି ସଭାପତି ହେବାକୁ ସୁଯୋଗ ମିଳିଲେ ଛାଡିବେ ନାହିଁ

149

କନକ ବ୍ୟୁରୋ : କରୋନା ବେଳେ କଂଗ୍ରେସରେ କମ୍ପନ । ଗୋଟିଏ ପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ମାନସମନ୍ଥନ ହେଉଥିବା ବେଳେ ଓଡିଶା କଂଗ୍ରେସରେ ବି ହଲଚଲ ଦେଖିବାକୁ ମିଳିଛି । ଗତକାଲି ବିଧାୟକ ତାରା ବାହିନୀପତିଙ୍କ ଘରେ ବୈଠକ ପରେ ଆଜି କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ବର୍ତମାନ ଉପନିର୍ବାଚନ ପାଇଁ ପସ୍ତୁତ ହେବା ବଦଳରେ ନିଜ ଭିତରେ ଲଢେଇ କରିବା ଆଦୌ ଠିକ୍ ନୁହେଁ ।

ସେପଟେ ତାରା କହିଛନ୍ତି, ସେ ପିସିସି ସଭାପତି ହେବାକୁ ଲବି କରିବେ ନାହିଁ, କିନ୍ତୁ ସୁଯୋଗ ମିଳିଲେ ଛାଡିବେ ନାହିଁ । ମାନସ ଚୌଧୁରୀଙ୍କ କହିବା କଥା ହେଉଛି, ବର୍ତମାନ ପରିସ୍ଥିତିରେ ନିରଂଜନଙ୍କ ଆବଶ୍ୟକତା ରହିଛି । ସେପଟେ ମୁକିମ୍ କହିଛନ୍ତି ଗାନ୍ଧୀ ପରିବାର ଯାହା ନିଷ୍ପତି ନେବେ ସେ ତାହାକୁ ମାନିବେ ।