କନକ ବ୍ୟୁରୋ: କଂଗ୍ରେସ ଟାର୍ଗେଟରେ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା କୁଳମଣୀ ବରାଳ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର, ମାହାଙ୍ଗା ଯାଇ କୁଳମଣି ବରାଳଙ୍କ ପରିବାରକୁ ଭେଟିଛନ୍ତି । ଏହାସହ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ବି ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର । ଏହାସହ ରାଜ୍ୟରେ କିଭଳି ସରକାରୀ ଦଳର ମନ୍ତ୍ରୀମାନେ ଅପରାଧ ସହ ଜଡିତ ଅଛନ୍ତି ସେ ନେଇ ଅଭିଯୋଗ କରିଛନ୍ତି ।
ମାହାଙ୍ଗା ଡବଲ ମର୍ଡର ଘଟଣା: ପରିବାର ଲୋକଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । କହିଲେ, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ କରିନାହିଁ ପୋଲିସ
/kanak/media/post_attachments/wp-content/uploads/2021/11/48-5.jpg)