କନକ ବ୍ୟୁରୋ: ସୂର୍ଯ୍ୟପରାଗରେ କଣ କରିବା ଉଚିତ କଣ ଅନୁଚିତ୍? ଯାହାକୁ ନେଇ ଗତକାଲିଠୁ ବୟାନବାଜିର ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଜୋତିଷଶାସ୍ତ୍ରଙ୍କୁ ଚ୍ୟାଲେଞ୍ଜ କରି ଚିକେନ ବିରିୟାନୀ ଖାଇଥିଲେ ହେତୁବାଦୀ । ଯାହାକୁ ବିରୋଧ କରି ଆଜି ଥାନାରେ ଅଭିଯୋଗ କରିଛି ଓଡ଼ିଶା ବ୍ରାହ୍ମଣ ସମାଜ । ପୁରୀ ସିଂହଦ୍ୱାର ଥାନାରେ ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଦିଆଯାଇଛି । ହେତୁବାଦୀମାନେ ହିନ୍ଦୁ ଧର୍ମ ଏବଂ ପରମ୍ପରାକୁ ଅପମାନିତ କରିଥିବାରୁ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା ନେଇ ଅଭିଯୋଗ ହୋଇଛି । ସୂର୍ଯ୍ୟପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧବିଶ୍ୱାସ ବୋଲି କହି ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛି ବ୍ରାହ୍ମଣ ସମାଜ । ସେହିପରି ହିନ୍ଦୁ ଧର୍ମକୁ ନେଇ କୋଟି କୋଟି ଲୋକଙ୍କର ଆସ୍ଥା ଥିବା ବେଳେ ହେତୁବାଦୀ ସଙ୍ଗଠନରେ ଏଭଳି କାର୍ଯ୍ୟ ସେମାନଙ୍କୁ ଅପମାନିତ କରିଛି । ତେଣୁ ଏଭଳି ମନ୍ତବ୍ୟ ଦେଇଥିବା ହେତୁବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ରାହ୍ମଣ ସମାଜ ।
ସୂର୍ଯ୍ୟପରାଗରେ ପାକ ନିଷେଧକୁ ନେଇ ଥମୁନି ବିବାଦ । ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ଓଡ଼ିଶା ବ୍ରାହ୍ମଣ ସମାଜ ।
/kanak/media/post_attachments/wp-content/uploads/2022/10/47-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)