କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର । ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏକ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ।

Advertisment

ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତି । ଏହା ପଛକୁ ରହିଛି କଟକ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ୪୫ ହଜାର ୩୯୮ ଜଣ ନୂଆ ମତଦାତା ସାମିଲ ହୋଇଥିବା ବେଳେ କଟକ ଜିଲ୍ଲାରେ ୪୪ ହଜାର ୭୩୨ ଜଣ ନୂଆ ମତଦାତା ସାମିଲ ହୋଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ୪୧ ହଜାର ୫୧୩ ଜଣ, ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭ ଜଣ, ବାଲେଶ୍ୱର ଜିଲ୍ଲାରେ ୩୧ ହଜାର ୬ ଜଣ ଓ ବରଗଡ଼ ଜିଲ୍ଲାରେ ୨୩ ହଜାର ୬୮୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ତେବେ ବୌଦ୍ଧରେ ସବୁଠୁ କମ୍ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ୪ ହଜାର ୬୧୦ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେପଟେ ସଂଶୋଧିତ ଭୋଟର ତାଲିକାରୁ ୧ ଲକ୍ଷ ୮୭ ହଜାର ୪୦୫ ଜଣ ବାଦ୍ ପଡ଼ିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ।