ରାଜ୍ୟରେ ବଢ଼ୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ଯୋଡ଼ାରେ ଟ୍ରକରେ ବସିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ । ସୁନ୍ଦରଗଡ଼ରେ ଡାକ୍ତର ଅସୁସ୍ଥ ।

137

କନକ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା । ଝାରସୁଗୁଡାରେ ଯାହା ମୃତ୍ୟୁ ସଂଖ୍ୟା ରହିଛି ସେଥିମଧ୍ୟରୁ ଅଧିକାଂଶ ମୃତକ ଡ୍ରାଇଭର ବୋଲି ଜଣାପଡିଛି । ଏପରିକି ଜଣେ ଡ୍ରାଇଭର ଟ୍ରକ ଚଳାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଭିଡିଓ ମଧ୍ୟ ନଜରକୁ ଆସିଛି । ରଗୁଡ଼ି ଥାନା ଖଣିରୁ ଆଇରନ ବୋଝେଇ ଗାଡ଼ି ନେଇ ଯାଉଥିବା ବେଳେ ଡ୍ରାଇଭରଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଯୋଡ଼ା ଅଭିମୁଖେ ଯାଉଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି । ପ୍ରବଳୁ ଅତି ପ୍ରବଳ ଖରା ଯୋଗୁଁ ଗରମରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଡ୍ରାଇଭର ଜଣଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି । ଏହାସହ କିଛି ଅଞ୍ଚଳରେ କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କର ଅଂଶୁଘାତ ଯୋଗୁଁ ଗୁରୁତର ଅବସ୍ଥା ହୋଇଥିବ ଜଣାପଡିଛି । ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥ୍ା ଖରାପ ହୋଇଥିବା ଦେଖିବାକୁ ମିଳିଛି ।