ରାଜ୍ୟରେ ବଢ଼ୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା,କାମ କରୁଥିବାବେଳେ ଟଳି ପଡିଲେ ଶ୍ରମିକ ।

116

କନକବ୍ୟୁରୋ:ବରଗଡରେ କାମ କରୁଥିବା ବେଳେ ଟଳି ପଡିଲେ ଶ୍ରମିକ । ବରଗଡ ବଜାରରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ୩୨ ବର୍ଷିୟ ସୁବଳ ବେହେରା । ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ନେଇ ଯାଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅଂଶୁଘାତ ଯୋଗୁଁ ସୁବଳଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୁବଳ ବଜାରରେ ବିଭିନ୍ନ ଦୋକାନରେ ଶ୍ରମିକ ଭାବେ କାମ ପରିବାର ପ୍ରତିପୋଷଣ କରନ୍ତି । ଆଜି ମଧ୍ୟ କାମ କରିବାକୁ ଆସିଥିଲେ ।