ରାଜ୍ୟରେ ବଢୁଛି ବିଶ୍ୱବିଦ୍ୟାଳୟ ସଂଖ୍ୟା: ବିଭାଗ ଅଛି, ହେଲେ ନାହାନ୍ତି ଅଧ୍ୟାପକ

90

କନକ ବ୍ୟୁରୋ: ପୁରୁଣା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଉଛନ୍ତି ରାଜ୍ୟ ସରକାର । ନୂଆ ନୂଆ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଉଛି । ଶିକ୍ଷାନୁଷ୍ଠାନର ଭିତିଭୁମିର କାୟା ମଧ୍ୟ ବଢୁଛି । କିନ୍ତୁ ଗୁଣାତ୍ମକ ଶିକ୍ଷା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକଙ୍କ ଅଭାବ ଦେଖିବାକୁ ମିଳୁଛି । ନୂଆ ୟୁନିଭରସିଟି କଥା ଛାଡ଼ନ୍ତୁ, ପୂର୍ବରୁ ହୋଇଥିବା ୟୁନିଭରସିଟିରେ ବି ନାହାନ୍ତି ଆବଶ୍ୟକ ମୁତାବକ ଅଧ୍ୟାପକ । ତେଣୁ ପାଠପଢ଼ାରେ ଏହା ବଡ଼ ସମସ୍ୟା ସୃଷ୍ଟି କରୁଛି । ନଜର ପକାନ୍ତୁ କେମିତି ଚାଲିଛି

ଉକ୍ରଳ ୟୁନିଭରସିଟି ଅଫ୍ କଲ୍ଚର୍ ର ସ୍ଥିତି ଉପରେ
୪୫ ଏକର ପରିସରରେ ରହିଛି ବିଶ୍ୱବିଦ୍ୟାଳୟ
ସମୁଦାୟ ୨୧ଟି ବିଭାଗ
ପିଜି/ପିଏଚ୍ଡି ପାଠପଢ଼ା ହେଉଛି
ଛାତ୍ର/ଛାତ୍ରୀ ସଂଖ୍ୟା ୪୦୦
ବିଶ୍ୱବିଦ୍ୟାଳୟ ଚାଲିଛି ମାତ୍ର ୯ ଜଣ ସ୍ଥାୟୀ ଅଧ୍ୟାପକକୁ ନେଇ
ଅଛନ୍ତି ୪୦ ଜଣ ଅତିଥି ଅଧ୍ୟାପକ
ବିଶ୍ୱଦ୍ୟାଳୟ ଅଧୀନରେ ୭୮ଟି କଲେଜ ରହିଛି
ପିଏଚଡି ସ୍କୋଲାର ଅଛନ୍ତି, କିନ୍ତୁ ଗାଇଡ୍ ନାହାନ୍ତି
୩ଟି ସେମିଷ୍ଟରର ପରୀକ୍ଷା ହୋଇନି

ସେହିପରି ସ୍ଥିତି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ । ସ୍ଥାୟୀ ଅଧ୍ୟାପକ କମ୍, ଗେଷ୍ଟ ଫାକଲଟିରେ ଚାଲିଛି ପାଠପଢ଼ା । ପୂରା ସ୍ଥିତି ଉପରେ ନଜର ପକାନ୍ତୁ –
ଛାତ୍ର/ଛାତ୍ରୀ ସଂଖ୍ୟା ୧୦୮୦
୩ ବର୍ଷିୟା ଏଲ୍ଏଲ୍ବି, ୫ ବର୍ଷିୟା ଇଂଟ୍ରିଗେଟେଡ୍ ଲ’, ୨ ବର୍ଷିୟା ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ରହିଛି
ମାତ୍ର ୧୮ ଜଣ ସ୍ଥାୟୀ ପ୍ରଫେସର/ଆସିଷ୍ଟାଂଟ ପ୍ରଫେସର ଅଛନ୍ତି
୪୧ ଜଣ ଅତିଥି ଅଧ୍ୟାପକ ପାଠ ପଢ଼ାଉଛନ୍ତି

କେବଳ ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ନୁହେଁ, ସବୁଠି ସମାନ ସ୍ଥିତି । ଅଧାରୁ ଅଧିକ ପଦବୀ ଖାଲି । ବିଧାନସଭାରେ ଲିଖିତ ଉତରରେ ବିଭାଗୀୟ ମନ୍ତ୍ରୀ ୧୨ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲିଥିବା ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ପଦବୀ ନେଇ ତାଲିକା ଦେଇଥିଲେ । ସେଥିରେ ମଧ୍ୟ ଅଧ୍ୟାପକ ଅଭାବ ଜଳ ଜଳ ହୋଇ ଦିଶୁଛି ।
୧୨ଟି ସରକାରୀ ବିଶ୍ୱବିଦ୍ୟାଳୟରେ ରହିଛି ୧୭୨୦ ପଦବୀ
ଖାଲି ପଡ଼ିଛି ୧୦୦୫ଟି ପଦବୀ