ରାଜ୍ୟରେ ନମୁନା ପରୀକ୍ଷା ୬୦ହଜାର ଟପିଲା : ଦିନକରେ ୬୧ ହଜାର ୩୭୯ନମୁନା ପରୀକ୍ଷା, ଆଣ୍ଟିଜେନ ୫୪,୨୪୩, ଆରଟିପିସିଆର୍ ୭୦୫୪, ଟ୍ରୁନାଟ୍ ୮୨; ଗଞ୍ଜାମରେ ସର୍ବାଧିକ ୮, ୬୦୩ ନମୁନା ପରୀକ୍ଷା 

117

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ପରୀକ୍ଷା । ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି । ୬୧ ହଜାର ୩୭୯ କରୋନା ନମୂନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୫୪ ହଜାର ୨୪୩ ଆଂଟିଜେନ ଟେଷ୍ଟ ହୋଇଥିବା ବେଳେ ୭ ହଜାର ୫୪ଟି ଆରଟିପିସିଆର ଟେଷ୍ଟ ହୋଇଛି । ସେହିପରି ୮୨ଟି ଟ୍ରୁନାଟ ପରୀକ୍ଷା କରାଯାଇଛି । ଗଂଜାମରେ ସର୍ବାଧିକ ୮ ହଜାର ୬୦୩ଟି ନମୂନା ପରୀକ୍ଷା କରାଯାଇଛି । ଦୈନିକ କରୋନା ପରୀକ୍ଷାରେ ଦେଶରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତି ୧୦ ଲକ୍ଷରେ ନମୂନା ପରୀକ୍ଷାରେ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି ।

ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା । ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶା ଆଗରେ ରହିଛି । ନମୂନା ପରୀକ୍ଷାରେ ଅନ୍ୟ ରାଜ୍ୟ ପାଇଁ ଓଡିଶା ରୋଲ ମଡେଲ । ନୂମନା ପରୀକ୍ଷାରେ ଗୋଆ ପ୍ରଥମ, ଦ୍ୱିତୀୟରେ ଓଡିଶାରେ ଥିବା ବେଳେ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଥିଲା ।