ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧ ହଜାର ନିଯୁକ୍ତି

306

କନକ ବ୍ୟୁରୋ : ଓଡ଼ିଶାରେ ଅଛନ୍ତି ୮ ଲକ୍ଷ ୯୬ ହଜାର ୮୩୮ ପଞ୍ଜିକୃତ ବେକାରୀ । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ତେବେ ନିଯୁକ୍ତିର ପରିସରକୁ ବଢ଼ାଇବ ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଲିଖିତ ଉତରେ ସୂଚନା ଦେଇଛନ୍ତି । ୩୦ ଜିଲ୍ଲାରେ ବର୍ତମାନ ସୁଦ୍ଦା ୨୪୬ଟି ନିଯୁକ୍ତି ମେଳା ଆୟୋଜିତ ହୋଇଛି । ଯେଉଁଥିରେ ୧ ଲକ୍ଷ ୩୧ ହଜାର ୬୪୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ସେହିପରି ୬ବର୍ଷ ଭିତରେ ୧୩ ଲକ୍ଷ ୬୬ହଜାର ୧୬୬ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି ।