ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱରେ ଦିନକରେ ୨ ଲକ୍ଷ ୮୦ ହଜାର ନୂଆ ସଂକ୍ରମଣ

ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି। ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୭ ହଜାର ୮୬୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ବିଶ୍ୱରେ ଗତକାଲି ଗୋଟିଏ ଦିନରେ ୨ ଲକ୍ଷ ୮୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ୱାର୍ଲ୍ଡମିଟର ତଥ୍ୟରୁ ଜଣାପଡ଼ିଛି। ପୂର୍ବରୁ ଗତ ଜୁନ୍‌ ୧୯ ତାରିଖରେ ୫୪ ହଜାର ୭୭୧ ମାମଲା ରିପୋର୍ଟ କରାଯାଇଥିଲା। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୨୨ ଲକ୍ଷ ୩୪ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୮୩ ହଜାରରେ ପହଞ୍ଚିଛି।

ଆମେରିକାରେ ଲଗାତାର ଦ୍ୱିତୀୟ ଦିନ ଧରି ମୃତ୍ୟୁସଂଖ୍ୟା ୧ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧,୧୦୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଲ୍‌ବାମା , କାଲିଫର୍ଣ୍ଣିଆ , ନେଭାଡ଼ା ଏବଂ ଟେକ୍ସାସ୍‌ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆମେରିକାର ୨୩ଟି ପ୍ରଦେଶରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷେ କାଲିଫର୍ଣ୍ଣିଆରେ ୧୨ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଏହା ମଧ୍ୟ ନ୍ୟୁୟର୍କ ସହରଠାରୁ ଅଧିକ ପ୍ରଭାବିତ ହୋଇଛି। ତେବେ ବିଶ୍ୱରେ ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୫୪ ଲକ୍ଷ ୫୦ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୬ ଲକ୍ଷ ୩୧ ହଜାର ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe