୬୦ ଲକ୍ଷ ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁ ସଂଖ୍ୟା ଟପିଲା ୯୫ ହଜାର; ହେଲେ ଆଶ୍ୱସ୍ଥ କରୁଛି ସୁସ୍ଥ ସଂଖ୍ୟା, ଦେଶରେ ୫୦ ଲକ୍ଷରୁ ଅଧିକ ସୁସ୍ଥ

110

କନକ ବ୍ୟୁରୋ : ଦେଶରେ ୬୦ ଲକ୍ଷ ଟପିଲା କରୋନା ସଂକ୍ରମଣ । ୨୪ ଘଂଟାରେ ଦେଶରେ ୮୨ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକହଜାର ୩୯ ଜଣ ପ୍ରାଣ ହରାଇଛନ୍ତି । ତେବେ ବଡ କଥା ହେଲା, କରୋନାକୁ ହରାଇଛନ୍ତି ୫୦ ଲକ୍ଷରୁ ଅଧିକ । ମୋଟ ୬୦ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଲକ୍ଷରୁ ଅଧିକ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ମାମଲା ରହିଛି ୯ ଲକ୍ଷ ୬୨ ହଜାର ୬୪୦ । ସେହିଭଳି ମୃତ୍ୟୁ ସାଢେ ୯୫ ହଜାର ରହିଛି । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସଂକ୍ରମଣ ଅଧିକ ଅଛି ।
ସେପଟେ ୧୦ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପି ଯାଇଛି । ୱାର୍ଲ୍ଡ କରୋନା ମିଟରର ତଥ୍ୟ ଅନୁସାରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ୩ କୋଟି ୨୯ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ଉଭୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।