ଦେଶରେ ୪୦ ଲକ୍ଷ ଛୁଇଁଲା କରୋନା ସଂକ୍ରମଣ ସଂଖ୍ୟା । ଆଜି ଗୋଟିଏ ଦିନରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ହଜାରେ ଅଣାନବେ ଲୋକଙ୍କ ମୃତ୍ୟୁ

94

କନକ ବ୍ୟୁରୋ :ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୪୦ ଲକ୍ଷ । ଗତ ୨୪ ଘଂଟାରେ ଦେଶରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ରେ ପହଁଚିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ଏକ ହଜାର ଅଣାନବେ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୯ ହଜାର ୫୬୧ରେ ପହଁଚିଛି । ବର୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୬ ହଜାର ୩୯୫ ରହିଛି । ସୁସ୍ଥ ସଂଖ୍ୟା ୩୧ ଲକ୍ଷ ୭ ହଜାର ୨୨୩ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।