କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବଢୁଛି ଅପରିଚିତଙ୍କ ସଂଖ୍ୟା: ବିଭିନ୍ନ ସାହି ଓ ବସ୍ତି ଅଂଚଳରେ ବସବାସ କରୁଛନ୍ତି ଅଜଣା ଲୋକ 

103

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ହେଡକ୍ୱାଟରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରିଚିତଙ୍କ ସଂଖ୍ୟା । ବିଭିନ୍ନ ସାହି ଓ ବସ୍ତି ଅଂଚଳରେ ଗତ କିଛି ମାସ ହେବ ଅନେକ ଅପରିଚିତ ଲୋକ ଆସି ବସବାସ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସ୍ଥାନୀୟ ବାସୀନ୍ଦା ସନ୍ଦେହ ପ୍ରକଟ କରିବା ସହ ପୋଲିସର ହସ୍ତକ୍ଷେପ ଦାବି କରିଛନ୍ତି

କୋରାପୁଟ ସହର । ବିଗତ କିଛି ମାସ ହେବ କୋରାପୁଟ ସହରକୁ ଆସିଛନ୍ତି ବହୁ ଅପରିଚିତ ବ୍ୟକ୍ତି । କିଏ କେଉଁଠୁ, କାହିଁକି ଆସିଛନ୍ତି, ତାହା ଜଣାପଡୁନଥିବା ବେଳେ ଏଠାରେ ବସବାସ କରୁଥିବା ଦେଖିବାକୁ ମିଳୁଛି । କିଛି ଲୋକ ବ୍ୟବସାୟ ପାଇଁ ରାଜ୍ୟ ବାହାରୁ ଆସି ଅସ୍ଥାୟୀ ଭାବେ ରହୁଛନ୍ତି  । ସେମାନଙ୍କର ପରିଚୟ, ଠିକଣା କିଛି ପୋଲିସ ପାଖରେ ନଥିବା ସହରବାସୀ ଅଭିଯୋଗ କରୁଛନ୍ତି ।

ଅପରିଚତଙ୍କ ସଂଖ୍ୟା ବଢୁଥିବାରୁ ସହରବାସୀଙ୍କ ଧନ, ଜୀବନ ସୁରକ୍ଷା ନେଇ ଚିନ୍ତା ବଢୁଛି ।  ସହରବାସୀଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣର୍ ଦିଗ ପ୍ରତି ପୁଲିସର ନଜର ରଖିଛି । ବିଭିନ୍ନ ହୋଟେଲ , ଲଜ, ଡର୍ମିଟୋରୀରେ ରହୁଥିବା ଏବଂ ବିଦେଶରୁ ଆସୁଥିବା ଅତିଥିଙ୍କ ବଷୟରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କୋରାପୁଟ ଏସ୍ଡିପିଓ ଗୁଣନିଧି ମଲିକ କହିଛନ୍ତି । କୋଟାପୁରଟି ଏକ ଛୋଟ ସହର ଟିଏ ହୋଇଥିବାରୁ ଏଠାରେ ରହୁଥିବା ବାହାର ଲୋକଙ୍କୁ ସହଜରେ ବାରି ହୋଇପଡୁଛନ୍ତି ।