ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା : ଡିଏମଇଟି କହିଲେ, ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାରେ ଏକମାତ୍ର ମାଧ୍ୟମ

142

କନକ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଯାହା ପାଇଁ କିଛି ଜିଲ୍ଲାରେ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ସଂକ୍ରମଣ ରୋକିବାରେ ନାଇଟ କର୍ଫ୍ୟୁ ଏକ ମାଧ୍ୟମ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ରାତିରେ କ୍ଲବ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି ।

କିନ୍ତୁ ସଂକ୍ରମଣର ଦ୍ୱିତୀୟ ଲହରି ଆକ୍ରାନ୍ତ ହୋଇଥିବା ସଂକ୍ରମିତଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ୍ ପଡ଼ିଛି । ଆଇସିୟୁ, ବେଡ, ଭେଂଟିଲେଟର ବିଶେଷ ଆବଶ୍ୟକତା ରହୁନି । ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାର ଲୋକମାନେ ଯାତାୟତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ତେଣୁ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି, ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ସିବିକେ ମହାନ୍ତି କହିଛନ୍ତି ।