କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ତଳକୁ ଖସୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ୧୨ ଶହ ଏକ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସଂଗରୋଧରୁ ୬୯୭ ଏବଂ ସ୍ଥାନୀୟ ଅଂଚଳରୁ ୫୦୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ସବୁଠାରୁ ଅଧିକ ୧୩୨ କରୋନା ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

Advertisment

କଟକରୁ ୬୯, ଜଗତସିଂହପୁରରୁ ୭୩, ଗଂଜାମରୁ ୬୧, ବରଗଡ ୫୮, ବାଲେଶ୍ୱର ୪୮, ଅନୁଗୁଳ ୪୯, କେନ୍ଦ୍ରାପଡାରୁ ୪୩, ମୟୂରଭଂଜରୁ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୫୨୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧କୁ ବୃଦ୍ଧି ହୋଇଛି ।

ଏବେ ରାଜ୍ୟରେ ଆକ୍ଟିଭ୍ ମାମଲା ସଂଖ୍ୟା ୧୪ ହଜାର ତଳକୁ ଖସି ଆସିଛି । ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଓ ଭୁବନେଶ୍ୱରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂଆପଡା , ସୁନ୍ଦରଗଡ, ବାଲେଶ୍ୱର , କଳାହାଣ୍ଡି, ଜଗତସିଂହପୁର , ଖୋର୍ଧା, ଭଦ୍ରକ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।