କରୋନାର ଭଲ ଖବର । ଆଇଏଲଏସ ନିର୍ଦ୍ଦେଶକ କହିଲେ, ରାଜ୍ୟରେ କମିବ ସଂକ୍ରମଣ ସଂଖ୍ୟା, ଲୋକ ସଚେତନ ନ ରହିଲେ ବିପଦ

165

କନକ ବ୍ୟୁରୋ : ରାଜ୍ୟରେ ଆଗକୁ କମିବ ସଂକ୍ରମଣ ସଂଖ୍ୟା । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଟେଷ୍ଟ କମିନି କିନ୍ତୁ ୨୫ ସେପେଟମ୍ବରରୁ ସଂକ୍ରମଣ କମିଛି , ଯାହାକି ଭଲ ଟ୍ରେଣ୍ଡ । ବର୍ଷା ଯୋଗୁଁ ସାମ୍ପୁଲ କଲେକ୍ସନ କମିଥିଲା , କିନ୍ତୁ ଏବେ ଟାର୍ଗେଟ ପୁଣି ୫୦ ହଜାର ।

ତେବେ ପୂଜା ଆସୁଛି କମିଗଲା ଭାବି ଅବହେଳା କଲେ ସଂକ୍ରମଣ ବଢିବ ବୋଲି ସେ ଚେତାଇ ଦେଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ଲୋକେ ସଚେତନ ହୋଇଛନ୍ତି । ଆଗକୁ ଏହାକୁ ଜାରି ରଖିବାକୁ ପଡିବ । ମୃତ୍ୟୁହାର ବଢୁଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ ରହୁଛି । ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।