ଦେଶରେ କମୁଛି ସଂକ୍ରମଣ, ହେଲେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ଦେଲା ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ । ଏପଟେ ଓଡ଼ିଶାରେ ୧୦ ହଜାର ତଳକୁ କମୁନି ସଂକ୍ରମଣ

160

କନକ ବ୍ୟୁରୋ: ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । କିନ୍ତୁ ଏବେ ବି ୮ଟି ରାଜ୍ୟରେ ସକ୍ରିୟ ମାମଲା ୧ଲକ୍ଷରୁ ଅଧିକ ରହିଛି । ୧୦ଟି ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ । ଏବଂ ୧୮ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି । ଆଉ ଏହାରି ଭିତରେ ଚିନ୍ତାର କାରଣ ପାଲଟିଛି ୨୨ଟି ରାଜ୍ୟର ୧୫% ପଜିଟିଭ୍ ହାର ।

ଭାରତର ମୋଟ୍ ଜନସଂଖ୍ୟାର ମାତ୍ର ୧ ଦଶମିକ ୮ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ୯୮ ପ୍ରତିଶତ ଲୋକଙ୍କ ପାଇଁ ସଂକ୍ରମଣ ଆଶଙ୍କା ରହିଛି । ବଡ଼ କଥା ହେଉଛି, ଦେଶରେ ସଂକ୍ରମଣ କମୁଥିଲେ ବି ବଢ଼ୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୪ ହଜାର ୩୨୯ଜଣ କରୋନାରେ ମୃତ୍ୟୁ ହୋଇଛି ।

ଏପଟେ ରାଜ୍ୟରେ ୧୦ ହଜାର ୩୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫ଶହ ୬୬, ସୁନ୍ଦରଗଡ଼ରୁ ୮୧୯, କଟକରୁ ୭୩୧, କଳାହାଣ୍ଡିରୁ ୫୯୯, ପୁରୀରୁ ୪୭୨, ଅନୁଗୁଳରୁ ୪୭୧, ମୟୂରଭଂଜରୁ ୪୫୮, ସମ୍ବଲପୁରରୁ ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ

ଗୋଟିଏ ଦିନରେ ଓଡ଼ିଶାରେ ୨୨ଜଣଙ୍କ ଜୀବନ ନେଇଛି ମହାମାରୀ । ୨ୟ ଲହରୀରେ ମୋଟ ମୃତ୍ୟୁ ସଂଖ୍ୟା ୩୧୪ରେ ପଂହଚିଛି । ଆଉ ଏହାରି ଭିତରେ ଓଡ଼ିଶାର କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ଆହୁରୀ ୨ ସପ୍ତାହକୁ ବଢ଼ାଇ ଦେଇଛନ୍ତି ।