ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ ।

172

କନକ ବ୍ୟୁରୋ: ଦେଶରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ସବୁଠାରୁ ବଡ କଥା ହେଲା, ମହାରାଷ୍ଟ୍ର. ୟୁପି ସମେତ ୧୦ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏପଟେ ଓଡିଶାରେ ୧୦ ହଜାର ତଳକୁ ଖସୁନାହିଁ କରୋନ ସଂକ୍ରମଣ । ଆଉ ୨୪ଘଂଟାରେ ପ୍ରାଣ ହରାଇଛନ୍ତି ୨୫ କରୋନା ଆକ୍ରାନ୍ତ । ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏହା ହେଉଛି ସର୍ବାଧିକ କରୋନା ଜନିତ ମୃତ୍ୟୁ

୪ ଦିନରେ ଦେଶରେ କରୋନା ସ୍ଥିତି
ତାରିଖ                         ଆକ୍ରାନ୍ତ                  ମୃତ
୨୦-୦୫-୨୦୨୧        ୨,୭୬,୦୭୦          ୩,୮୭୪
୧୯-୦୫-୨୦୨୧        ୨,୮୩,୨୪୮          ୪,୫୨୯
୧୮-୦୫-୨୦୨୧        ୨,୬୩,୫୩୩          ୪,୩୨୯
୧୭-୦୫-୨୦୨୧        ୨,୮୧,୩୮୬          ୪,୧୦୬

ଦେଶରେ ଖସୁଛି ସଂକ୍ରମଣ ହାର । ୨୪ ଘଂଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ ପଜିଟିଭ୍ ଚିହ୍ନଟ । ୨୪ ଘଂଟାରେ ୩ ହଜାର ୮୭୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୨ କୋଟି ୫୭ ଲକ୍ଷ ୭୨ ହଜାର ୪ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ବଡ ଆଶ୍ୱସ୍ତିକର ବିଷୟ ହେଉଛି ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ।

ରାଜ୍ୟରେ ଖସୁନି ସଂକ୍ରମଣ, ବଢୁଛି ମୃତ୍ୟୁ
ଗୁରୁବାର ମୃତ୍ୟୁର ସର୍ବକାଳୀନ ରେକର୍ଡ
ରାଜ୍ୟରେ ୫ ଦିନର କରୋନା ସ୍ଥିତି
ତାରିଖ          ସଂକ୍ରମିତ         ମୃତ
୨୦ ମେ      ୧୧,୪୯୮       ୨୫
୧୯ ମେ      ୧୧,୦୯୯       ୨୧
୧୮ ମେ      ୧୦,୩୨୧       ୨୨
୧୭ ମେ      ୧୦,୭୫୭       ୨୨
୧୬ ମେ      ୧୧,୭୩୨       ୧୯

ଏପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ଘଂଟାରେ ପ୍ରାଣ ହରାଇଛନ୍ତି ୨୫ କରୋନା ଆକ୍ରାନ୍ତ । ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ କୌଣସି ଗୋଟିଏ ଦିନରେ ଏହା ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ । କରୋନା ଯୋଗୁ ରାଜ୍ୟରେ ୨୦ ଦିନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି ।

ଅନ୍ୟପଟେ ଆଜି ବି ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୧୧ ହଜାର ୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଦେଶର ୧୦ ରାଜ୍ୟରେ ସଂକ୍ରମଣ ହାର କମୁଛି । ଏହି ରାଜ୍ୟଗୁଡିକ ମଧ୍ୟରେ ପ୍ରମୁଖ ରହିଛି ୟପି, ମହାରାଷ୍ଟ୍ର, ରାଜସ୍ଥାନ କର୍ଣ୍ଣାଟକ ।