କନକ ବ୍ୟୁରୋ: ଅଥୟ କଲାଣି ଆଖିଧରା ରୋଗ । ସବୁଆଡେ ଏବେ ଏହି ରୋଗକୁ ନେଇ ଆତଙ୍କ । ସ୍କୁଲକୁ ସ୍କୁଲ ବ୍ୟାପିବାରେ ଲାଗିଛି ଏହି ଆଖିଧରା ରୋଗ । ସରକାର ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏବେ ଏହି ଆଖିଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପରିସ୍ଥିତକୁ ଦେଖି ଆବଶ୍ୟକ ପଡିଲେ ସରକାର ଏସଓପି ଆଣିପାରନ୍ତି । ଅଭିଭାବକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

Advertisment

ମାଡି ଚାଲିଛି ଆଖିଧରା ରୋଗ । ରାଜଧାନର ଗୋଟିଏ ପରେ ଗୋଟି ସ୍କୁଲକୁ ମାଡିଚାଲିଛି ଆଖିଧରା । କେଉଁ ପିଲାର ଆଖି ଫୁଲି ନାଲି ପଡିଯାଇଛି ତ, କିଏ ଜ୍ୱରରେ ପଡୁଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ , ଭୁବନେଶ୍ୱରର ପ୍ରାୟ ସମସ୍ତ ସରକାର ଓ ବେସରକାରୀ ସ୍କୁଲର ଏକା ସ୍ଥିତି । ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ କି ୨୦ ନୁହେଁ ପ୍ରାୟ ୨ ଶହ ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯାହା ସ୍କୁଲ କର୍ତ୍ତପକ୍ଷଙ୍କୁ ଚିନ୍ତାରେ ପକାଇଛି । ଏ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରଙ୍କୁ ସଚେତନ କରାଯାଇଛି । ସପ୍ତାହେ ହେଲା ଏଭଳି ଆଖିଧରା ରୋଗ ବ୍ୟାପୁଥିଲେ ବି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଚିନ୍ତା ନାହିଁ ।

କେବଳ ରାଜଧାନୀରେ ନୁହେଁ ରାଜ୍ୟର ଅଧିକାଂଶ ଅଂଚଳରେ ଏକଭଳି ସ୍ଥିତି । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ବଢିଛି ଆଖିଧରା ରୋଗୀଙ୍କ ସଂଖ୍ୟା । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖି ଧରା ସଂକ୍ରମିତ ବୋଲି ଜଣାପଡିଛି । ସେହିପରି ଭୀମସାରକୁ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି ।

ଏବେ ସ୍ଥିତି ବିଗଡିଲେ ରାଜ୍ୟ ସରକାର ଆଣିପାରନ୍ତି ଏସ.ଓ.ପି
ଏହା ଏକ ଭୂତାଣୁ ଜନିତ ରୋଗ, ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ
ଭୂତାଣୁ ପାଇଁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି, ସତର୍କ ରହିବାକୁ ପରାମର୍ଶ
ସ୍କୁଲରେ ଯାହାକୁ ବ୍ୟାପୁଛି ସେହି ପିଲାଙ୍କୁ ସ୍କୁଲ ନ ଛାଡିବାକୁ ପରାମର୍ଶ

ବର୍ତମାନ ଆଖି ଧରା ରୋଗ ଯେଭଳି ବ୍ୟାପୁଛି, ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ ପରାମର୍ଶ ଦିଆଯାଇଛି । ଆଖିରେ କୌଣସି ପ୍ରଶାସନ ସାମଗ୍ରୀ ନ ଲଗାଇବା,ଆଖି ଧରିଲେ ପରିଷ୍କାର କପଡାରେ ପୋଛିବା, ଆକ୍ରାନ୍ତ ବ୍ୟକ୍ତିଙ୍କ ଜିନିଷ ବ୍ୟବହାର ନ କରିବା, ଚଷମାକୁ ନିୟମିତ ସଫା ରଖିବାକୁ ପରାମର୍ଶ ଦିଆଯାଇଛି ।