କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ କାୟା ମେଲାଉଛି ଡେଙ୍ଗୁ । ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବିଭିନ୍ନ ବସ୍ତି ଅଂଚଳରୁ ଡେଂଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କଲୋନୀରେ ବି ବ୍ୟାପି ଗଲାଣି ।
ନିଳାଦ୍ରୀ ବିହାରର ଟ୍ରାନଜିଟ ହୋମ । ଅସ୍ଥାୟୀ ଭାବେ ରହିବା ପାଇଁ ସରକାର ଘର ଦେଇଛନ୍ତି ସତ କିନ୍ତୁ ସମସ୍ୟା ବୁଝିବାକୁ କାହା ପାଖରେ ସମୟ ନାହିଁ । ଏଠି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ବସ୍ତିରେ ମଶା ଧୂଆଁ ପକେଇବା ପାଇଁ ସାହି ସଭାପତି ସରକାରୀ କାରଯ୍ୟାଳୟ ବୁଲି ବୁଲି ନୟାନ୍ତ ହେଲେଣି କିନ୍ତୁ ସରକାରୀ ବାବୁ ଚେଇଁ ଶୋଇଛନ୍ତି ।
ଘରେ ବାହାରେ ସବୁଠି ଏଡିସ ମଶା । ବସ୍ତି ଠାରୁ ସହରର ଗଳିକନ୍ଦିରେ ମାତିଲାଣି ଡେଙ୍ଗୁ ରୋଗ । ଘରେ ଘରେ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ୟେ ହେଉଛି ନୀଳାଦ୍ରି ବିହାର । ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ । ଏବେ ପାଲଟିବାରେ ଲାଗିଛି ଡେଙ୍ଗୁର ହଟସ୍ପଟ । ଏଠି ଘରେ ଘରେ ଡେଙ୍ଗୁ । କିଏ ସୁସ୍ଥ ହୋଇ ଘରକୁ ଫେରିଲେଣି ତ ଆଉ କିଏ କ୍ୟାପିଟାଲ ହସୄପିଟାଲର ଡେଙ୍ଗୁ ଓ୍ବାର୍ଡ ରେ ଚିକିତ୍ସିତ ହେଉଛନ୍ତି ।
ନୀଳାଦ୍ରି ବିହାର ଅଞ୍ଚଳରେ ମଶା ଧୂଆଁ ପକେଇବା ଦାୟିତ୍ୱରେ ଥିବା ଜଣେ ସରକାରୀ ବାବୁଙ୍କୁ ଆମେ ଫୋନରେ ଯୋଗାଯୋଗ କରିଥିଲୁ । ତାଙ୍କ କଥାରୁ ସ୍ପଷ୍ଟ ଭାବେ ବୁଝିହେଉଛି ଯେ ଏମାନଙ୍କ ପାଇଁ ତାଙ୍କର କେତେ ଦରଦ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-23.jpg)