କନକ ବ୍ୟୁରୋ : ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ୬୬୦ ରୋଗୀ ଚିହ୍ନଟ ହୋଇଥିଲେ ଏହି ସମୟ ଭିତରେ । ଚଳିତ ଥର ସର୍ବାଧିକ ଖୋର୍ଦ୍ଧା ରେ ରୋଗୀ ଚିହ୍ନଟ ହୋଇଛନ୍ତି୨୯୦, ସୁନ୍ଦରଗଡ଼ ୨୧୮ ,।
ବର୍ତମାନ ସମୟରେ ରାଉଲକେଲା ଟିକେ ସମସ୍ୟା ଅଧିକ ଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ଟେଷ୍ଟିଂ ଅଧିକ ଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଅଧିକ ରହିଛି ଡେଙ୍ଗୁ ରୋଗୀ ସଂଖ୍ୟା । ଭୁବନେଶ୍ବରରେ ମଧ୍ୟ ୨୦୦ ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/07/9-28.jpg)