ରାଜ୍ୟରେ ଦୈନିକ ହେବ ଲକ୍ଷେ କରୋନା ପରୀକ୍ଷା : ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ କରାଯିବ ଟେଷ୍ଟ, ଆଇଏଲଏସ୍ ଅଜୟ ପରିଡାଙ୍କ ସୂଚନା; ରାପିଡ୍ ଆଂଟିଜେନ୍ ଟେଷ୍ଟିଂ ଉପରେ ଅଧିକ ଫୋକସ୍

148

କନକ ବ୍ୟୁରୋ : ରାଜ୍ୟରେ ବଢିବ ଦୈନିକ ଟେଷ୍ଟିଂ ସଂଖ୍ୟା । ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଆଂଟିଜେନ ଟେଷ୍ଟ ଆହୁରି ବଢିବ । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଟେଷ୍ଟିଂ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯାଇପାରିବ । ରାପିଡ ଆଂଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ୍ ପ୍ରସ୍ତୁତ କରୁଥିବାରୁ କିଟ୍ର ଅଭାବ ରହିବ ନାହିଁ । ଅଜୟ ପରିଡା ଆହୁରି କହିଛନ୍ତି, କରୋନା ରାଜ୍ୟରେ ପିକ ଆଡକୁ ଆସିଛି । ଏହି ଟ୍ରେଣ୍ଡ ଜାରି ରହିଲେ କମିବ ।