କନକ ବ୍ୟୁରୋ : ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ। ଅନ୍ୟପକ୍ଷେ ମୃତ୍ୟୁହାର ମଧ୍ୟ କମି ଚାଲିଛି। ଦେଶରେ କରୋନା ମୃତ୍ୟୁହାର ୨.୨୩ ପ୍ରତିଶତକୁ କମିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ପ୍ରତିଦିନ ୩୦ ହଜାରରୁ ଅଧିକ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ୩୫ ହଜାର ୨୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୨୯ରେ ପହଞ୍ଚିଛି।
ଅନ୍ୟପକ୍ଷେ ଆରୋଗ୍ୟ ହାର ୬୪.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ୪ ଲକ୍ଷ ୭୮ ହଜାର ୫୮୨ ସଂଖ୍ୟା ବ୍ୟବଧାନ ରହିଛି। ଦେଶରେ ଏବେ ମୋଟ୍ ସକ୍ରିୟ ମାମଲା ୫ ଲକ୍ଷ ୯ ହଜାର ୪୪୭ ରହିଛି। ମୋଟ୍ ସଂକ୍ରମଣ ମାମଲା ୧୫ ଲକ୍ଷ ୩୧ ହଜାର ୬୬୯କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୫୧୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୭୬୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୩୪ ହଜାର ୧୯୩କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଟେଷ୍ଟିଂ ବଢ଼ିବାରୁ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଲା। ମଙ୍ଗଳବାର ସୁଦ୍ଧା ଦେଶରେ ମୋଟ୍ ୧ କୋଟି ୭୭ ଲକ୍ଷ ୪୩ ହଜାର ୭୪୦ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୪ ଲକ୍ଷ ୮ ହଜାର ୮୫୫ ନମୁନା ପରୀକ୍ଷା ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/Corona-explosion-in-Kota-22-corona-positive-in-a-single-day.jpg)