କନକ ବ୍ୟୁରୋ : ରାଜଧାନୀରେ କରୋନା ସଂଖ୍ୟା ୩ ଶହ ଡେଇଁଛି। ଗତ ୨୪ ଘଣ୍ଟାରେ ୨୫ନୂଆ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୧୪ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀରେ ସଂକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ୨୫ ପଜିଟିଭ୍‌ଙ୍କ ମଧ୍ୟରେ ୨୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ମାତ୍ର ୨ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ରାଜଧାନୀର ଏକ ଘ‌ରୋଇ ହସ୍ପିଟାଲର କୋଲକାତା ଫେରନ୍ତା କର୍ମଚାରୀ ଓ ରେଳବାଇର ଦିଲ୍ଲୀ ଫେରନ୍ତା କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ରାଜଧାନୀର ମଂଚେଶ୍ୱର ଅଞ୍ଚଳ ହଟସ୍ପଟ୍ ପାଲଟିଛି।

Advertisment

ତହିଁରୁ ୫ଜଣ, ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଥିବା ସଙ୍ଗରୋଧ କେନ୍ଦ୍ରର ଦୁଇଜଣ କର୍ମଚାରୀ, ଚକେଇସିଆଣିର ଏକ ହାଇସ୍କୁଲରୁ ୪ଜଣ, ହାଡ଼ବାଇ ବସ୍ତିରୁ ୨ଜଣ, ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରୁ ୪ଜଣ, ଶିରିପୁର ଲକ୍ଷ୍ମୀବଜାରରୁ ଜଣେ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ନିକଟରୁ ଜଣେ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି। ସମସ୍ତ ସଂକ୍ରମିତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୩୧୪ସଂକ୍ରମିତଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବା ବେଳେ ୧୩୫ ଜଣଙ୍କ ଚିକିତ୍ସା ଜାରି ରହିଛି।