ଚଳିତ ମାସରେ ଆସିପାରେ ଭଲ ଖବର । ଅଗଷ୍ଟ ୧୫ ପରେ ରାଜ୍ୟରେ କମିପାରେ କରୋନା ସଂକ୍ରମଣ ସଂଖ୍ୟା 

343

କନକ ବ୍ୟୁରୋ : ଅଗଷ୍ଟ ମାସରେ ରାଜ୍ୟ ପାଇଁ ଆସିପାରେ ଭଲ ଖବର । ଅଗଷ୍ଟ ୧୫ ତାରିଖ ପରେ ରାଜ୍ୟରେ କରୋନା ସଂକ୍ରମଣ କମିପାରେ । ଏଭଳି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । କନକ ନ୍ୟୁଜର ବିତର୍କରେ ଭାଗ ନେଇ ସେ କହିଛନ୍ତି, ଗଂଜାମ ଓ ଗଜପତିରେ ସଂକ୍ରମଣ ସଂଖ୍ୟା ବର୍ତମାନ କମୁଛି ।

ଗୋଟିଏ ସପ୍ତାହ ପରେ ରାୟଗଡା ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା କମିବାର ସମ୍ଭାବନା ରହିଛି । କିନ୍ତୁ ବର୍ତମାନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉ ନଥିବା ବେଳେ କ୍ୱାରେନଟାଇନ ଓ କଂଟାକ୍ଟ ଟ୍ରେସିଂରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଲୋକଙ୍କ ଭିତରେ ରୋଗ ପ୍ରତିଷେଧକ ବଢୁଛି ବୋଲି ସେ ମତ ରଖିଛନ୍ତି ।