କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା : ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬  

110

କନକ ବ୍ୟୁରୋ : କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା । ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ରେ ପହଂଚିଛି । ୨୪ ଘଂଟାରେ ୩୪୭ ଜଣଙ୍କ ମୃତ ହୋଇଛି । ଏବେି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି  ୨୫ ହଜାର ୧୫୩ଜଣ । ସକ୍ରିୟ ସଂଖ୍ୟା ୩ ଲକ୍ଷ ୮ ହଜାର ୭୫୧ ଥିବା ବେଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୫ଲକ୍ଷ ୫୦ ହଜାର ୭୧୨ଜଣ ।

ମେ ମାସରେ ଦେଶରେ ସୁସ୍ଥତା ସଂଖ୍ୟା ୫୦ ହଜାର ଥିବା ବେଳେ ଡିସେମ୍ବର ମାସରେ ୯୫ ଲକ୍ଷ ଟପିଯାଇଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ଠାରୁ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ଗୁଣ ଅଧିକ । ଏବେ ସମୁଦାୟ ସଂକ୍ରମଣ ସଂଖ୍ୟାର ୩.୧୫% । ‘ଆଇସିଏମ୍‌ଆର୍‌’ କହିଛି ଯେ, ଡିସେମ୍ବର ୧୮ ତାରିଖ ସୁଦ୍ଧା ୧୬,୦୦,୯୦,୫୧୪ ନମୁନା ପରୀକ୍ଷା କରାଯାଇଛି । ଡିସେମ୍ବର ୧୮ ତାରିଖ ଦିନ ୧୧, ୭୧, ୮୬୮ ନମୁନା ପରୀକ୍ଷା କରାଯାଇଛି ।