ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୪,୨୧୮ରେ ପହଞ୍ଚିଲା : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୮,୬୬୭, ସୁସ୍ଥ ସଂଖ୍ୟା ୮୬,୦୪,୯୫୫

32

କନକ ବ୍ୟୁରୋ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୩୭ ହଜାର ୯୭୫ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୧,୭୭,୮୪୧ରେ ପହଞ୍ଚିଛି ଓ ୪୮୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୨,୩୧୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୯୧,୭୭,୮୪୧ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୩୮,୬୬୭ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୩୪,୨୧୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୬,୦୪,୯୫୫ରେ ପହଞ୍ଚିଛି ।