ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୧,୫୭୮କୁ ବୃଦ୍ଧି : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୩୦୩ ଓ ସୁସ୍ଥ ହେଲେଣି ୮୩,୮୩,୬୦୨

50

କନକ ବ୍ୟୁରୋ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୪୫ ହଜାର ୫୭୬ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି ଓ ୫୮୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୫,୫୭୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୯,୫୮,୪୮୪ରେ ପହଞ୍ଚିଛି । ଏହା ମଧ୍ୟରୁ ୪୪୩୩୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୧୫୭୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୩,୮୩,୬୦୨ରେ ପହଞ୍ଚିଛି ।