ରାଜ୍ୟରେ ୧୫ଶହରୁ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ୨୪ ଘଂଟାରେ ୧୨ଶହ ୪୭ ନୂଆ ପଜିଟିଭ, ୧୩ ମୃତ

426

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ତଳମୁହାଁ ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ୨୯ଟି ଜିଲ୍ଲାରୁ ୧୨ଶହ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୯୬, ମୟୂରଭଂଞ୍ଜରୁ ୭୧, ଜଗତସିଂହପୁରର ୫୪, କେନ୍ଦ୍ରାପଡାରୁ ୪୯, କେନ୍ଦୁଝରରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ଢେଙ୍କାନାଳରୁ ୪୦, ନୂଆପଡାରୁ ୩୮ ଚିହ୍ନଟ ।

ସେହିପରି ବୌଦ୍ଧ ୩୭, ଝାରସୁଗୁଡାରୁ ୩୫, ଯାଜପୁର ୩୨, କୋରାପୁଟ ୨୬, ସମ୍ବଲପୁର ୨୪, ପୁରୀ ୨୨, ସୋନପୁର ୧୮, ଗଂଜାମ ୧୭, ଦେବଗଡ ୧୬, ନୟାଗଡ ୧୪, ନବରଙ୍ଗପୁରରୁ ୧୨ ପଜିଟିଭ । ସେପଟେ ମାଲକାନଗିରି ଓ କନ୍ଧମାଳରୁ ୧୧ ଜଣ ଲେଖାଏଁ, ଷ୍ଟେଟପୁଲରୁ ୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ ।

ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ୧୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ୪ଜଣ, ନୂଆପଡା ୩, ଝାରସୁଗୁଡା ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ସେହିପରି ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।