କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ୧ଲକ୍ଷ ଟପିବ। ଗତ କିଛିଦିନ ଧରି ରାଜ୍ୟର ଦ୍ରୁତ ସଂକ୍ରମଣର ଧାରା ବା ଟ୍ରେଣ୍ଡ୍‌କୁ ଲକ୍ଷ୍ୟ କଲେ ଆସନ୍ତାକାଲି ରିପୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଯିବା ନେଇ ଆଶଙ୍କା କରାଯାଉଛି। ଗତ ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ରାଜଧାନୀରେ ଚିହ୍ନଟ କରାଯାଇଥିଲା।

Advertisment

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮ ହଜାର୮୧୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୨୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି। ଦୁଇଦିନ ଧରି ପଜିଟିଭ୍‌ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା କମ୍ ରହିଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ଛୁଇଁପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଓଡ଼ିଶାରେ କରୋନା ସୁସ୍ଥ ହାର ଜାତୀୟ ହାରଠାରୁ ମଧ୍ୟ କମ୍ ରହିଥିବା ରେକର୍ଡ କରାଯାଇଛି। ରାଜ୍ୟରେ ସର୍ବାଧିକ ୧୪ଜଣ କରୋନାରେ ପ୍ରାଣ ହରାଇଛନ୍ତି।