ଦୈନିକ ଅସ୍ୱଭାବିକ ଭାବେ ବୃଦ୍ଧି ପାଉଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୪,୧୮୯ ସଂକ୍ରମିତ ଚିହ୍ନଟ,୧୧ମୃତ  

415

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ ୩୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ୭୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨୬୫, ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭, ମୟୂରଭଂଜରୁ ୧୭୪, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, କେନ୍ଦ୍ରାପଡ଼ାରୁ ୧୨୬, ସମ୍ବଲପୁରରୁ ୧୧୩, ବଲାଙ୍ଗୀରରୁ ୧୧୪, ଅନୁଗୁଳରୁ ୧୦୭, କଳାହାଣ୍ଡିରୁ ୧୦୫, ଜଗତସିଂହପୁରୁ ୧୦୪, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୩୪, ବୌଦ୍ଧରୁ ୭୭, ଦେଓଗଡ଼ରୁ ୧୨, ଢ଼େଙ୍କାନାଳରୁ ୧୨, ଢ଼େଙ୍କାନାଳରୁ ୫୪,  ଗଜପତିରୁ ୨, ଗଂଜାମରୁ ୩୫, ଝରସୁଗୁଡ଼ାରୁ ୮୪, କନ୍ଧମାଳରୁ ୭୪, କେନ୍ଦୁଝରରୁ ୩୩, କୋରପୁଟରୁ ୬୩, ମାଲକାନଗିରିରୁ ୭୨, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୫୮, ରାୟଗଡ଼ରୁ ୨୯, ସୋନପୁରରୁ ୯୦, ଷ୍ଟେଟ ପୋଲରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୪୯ହଜାର ୩୭୯ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ୩୮ ହଜାର ୧୫୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସେହିପରି ରାଜ୍ୟରେ କରୋନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ଗଞ୍ଜାମ, ମାଲକାନଗିରି, ବଲାଙ୍ଗୀରରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର, ପୁରୀ, ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି ।