କନକ ବ୍ୟୁରୋ: କୁନୋରେ ପହଞ୍ଚିଛନ୍ତି ଆଉ ୧୨ଚିତା । ଭାରତୀୟ ବାୟୁସେନାର ଗ୍ଲୋବମାଷ୍ଟର ବିମାନରେ ଆସି ଗ୍ୱାଲିଅରରେ ପହଞ୍ଚିଛି ଚିତା । ସେଠାରୁ ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯାଇଛି । ପାଖାପାଖି ୮ହଜାର କିଲୋମିଟର ଯାତ୍ରା କରି ୫ଟି ଅଣ୍ଡିରା ଓ ୭ଟି ମାଈ ଚିତା ଭାରତରେ ପହଞ୍ଚିବା ପରେ କୁନୋ ନ୍ୟାଶନାଲ ପାର୍କରେ ଥିବା ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡାଯାଇଛି । ଚିତାଙ୍କ ସହ ଉଭୟ ଭାରତୀୟ ଓ ଆଫ୍ରିକାର ପଶୁ ଚିକିତ୍ସକ ଗ୍ୱାଲିୟରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଚିତାଙ୍କୁ ପାର୍କରେ ଛଡାଯାଇଛି । ପୂର୍ବରୁ ୮ଟି ଆଫ୍ରିକୀୟ ଚିତା ନାମ୍ବିଆରୁ ଅଣାଯାଇ ଏଠାରେ ରଖାଯାଇଛି ।
ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ, ଏହି ଚିତାବାଘ ଗୁଡ଼ିକୁ କୁନୋ ନ୍ୟାଶନାଲ ପାର୍କରେ ମାସେ ଧରି କ୍ୱାରେଣ୍ଟାଇନରେ ରହିବେ । କ୍ୱାରେଣ୍ଟିନ ଶେଷ ହେବା ପରେ ଏମାନଙ୍କୁ ୫ବର୍ଗ କିଲୋମିଟର ବିଶିଷ୍ଠ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡାଯିବ । ଚିତାଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ସିସିଟିଭିରେ ତାଙ୍କର ଗତିବିଧିକୁ ୨୪ ଘଣ୍ଟା ନିରୀକ୍ଷଣ କରାଯାଉଛି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଅନୁସାରେ, ପ୍ରତିବର୍ଷ ଦକ୍ଷିଣ ଆଫ୍ରିକାରୁ ୧୦ରୁ ୧୨ ଚିତାଙ୍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଅଣାଯିବ । ଗତବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ନାମିବ୍ୟାରୁ ୮ଟି ଚିତାକୁ ଭାରତ ଅଣାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/20-10.jpg)